ବୁଢ଼ାରଜା କପ୍ ଉଦଘାଟିତ: ମଳମଣ୍ଡା ସେମିରେ


ଗାଇସିଲେଟ- ଗାଇସିଲେଟ ବ୍ଳକ ଚାଣ୍ଟିପାଲି ବି.ସି.ସି ଦ୍ଵାରା ଆୟୋଜିତ ୮ମ ବୁଢ଼ାରଜା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଯାଇଛି । ପ୍ରଥମ ଦିନ ପ୍ରଥମ ମ୍ୟାଚ୍ ରେ ମଲମଣ୍ଡ ଦଳ ନଅଗାଁ ଦଳକୁ ହରାଇ ଓ ଦ୍ଵିତୀୟ ମ୍ୟାଚରେ ଖଇରପାଲି ଦଳ ଉପରବହାଲ ଦଳକୁ ହରାଇ କ୍ୱାଟର ଫାଇନାଲରେ ପ୍ରବେଶ କରିଥିଲେ। କ୍ୱାଟର ଫାଇନାଲ ରେ ମଳମଣ୍ଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୭ ଓଭର୍ ରେ ୭୪ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଖଇରପାଳି ଦଳ ୬୩ ରନ ସଂଗ୍ରହ କରି ପରାଜିତ ହୋଇଥିଲେ। ଆଜିର ଉଦଘାଟନୀ ଉତ୍ସବରେ ରେ ଚାଣ୍ଟିପାଲି ସରପଞ୍ଚ ମୁଖ୍ୟ ଅତିଥି ଓ ସମ୍ପାଦକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଏଥି ସହିତ ଆଜିର ମ୍ୟାଚରେ ଦିନ ବରିହା ଓ ଦୟାନିଧି ଡନସନା ଅମ୍ପିୟାରିଂ କରିଥିବା ବେଳେ ଦିଲୀପ ସାହୁ,ଭୂଷଣ ପଧାନ ଓ କୁମାର ଆନନ୍ଦ ଧାରାବିବରଣୀ ପ୍ରଦାନ କରିଥିଲେ। ସତ୍ୟପ୍ରକାଶ ଡନସନା ଓ ଲିପୁନ ବେହେରା ସ୍କୋରିଂ ଦୟିତ୍ୱ ତୁଲାଇଥିଲେ। ଗଣେଶ ବାରିକ, ଟିକେଶ୍ୱର୍ ଡନସନା, ଉଦ୍ଧବ ଡନସନ, ସୁନିଲ ନାୟକ, ଟୋକା, ସରୋଜ, ଆଶିଷ, କେଦାର, ରଜତ, ଜିତୁ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Comments