ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ଏପ୍ ଉଦଘାଟିତ ।

ବରଗଡ଼-ବିଶ୍ଵ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ପାଇଁ ଆଜି 'ଆମର ବରଗଡ଼ ଧନୁଯାତ୍ରା' ଏପ୍ କୁ ବରଗଡ଼ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତି ର ସଭାନେତ୍ରୀ ମୋନୀଷା ବାନାର୍ଜୀ ଉଦଘାଟନ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ପରିଚାଳନା କରିଥିଲେ। ଏଥିରେ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, ଜିଲ୍ଲା ଏସପି ପର୍ମାର ସ୍ମିତ ପୁରୁଷୋତ୍ତମ ଦାଶ, ମହୋତ୍ସବ ସମିତି ର ସମ୍ପାଦକ ସୁରେଶ୍ଵର ଶତପଥୀ ପ୍ରମୁଖ ମଞ୍ଚାସୀନ ଥିଲେ। ମହୋତ୍ସବ ସମିତି ର ପ୍ରଚାର ପ୍ରସାର କମିଟି ପକ୍ଷରୁ ତଥା ବିକାଶ ଗ୍ରୁପ ଅନୁଷ୍ଠାନ ପକ୍ଷରୁ ଡିଜାଇନ୍ ହୋଇ ଥିବା ଏହି ଏପ୍ ଗୁଗଲ ପ୍ଲେ ଷ୍ଟୋର ରୁ ଡାଉନଲୋଡ କରିପାରିବେ। ଏଥିରେ ଧନୁଯାତ୍ରା ର ପ୍ରତ୍ୟେକ ଦିନ ର ସିଧା ପ୍ରସାରଣ ଦେଖିବାକୁ ମିଳିବ। ସେହିପରି ମହାରାଜା କଂସ ଙ୍କ ଏବଂ ଭଗବାନ ଶ୍ରୀକୃଷ୍ଣ ଙ୍କ ପ୍ରତେହ ଲାଇଭ କାର୍ଯ୍ୟକ୍ରମ ଓ ଲୋକେସନ,ଲେଆଉଟ ମେପ, ଟ୍ରାଫିକ ମେପ ଉପଲବ୍ଧ ହେବ।

Comments