ଦଶମ ରାଜ୍ୟସ୍ତରୀୟ ଗୋଲ୍ଡେନ ଷ୍ଟାର କ୍ରିକେଟ କପ୍ ଉଦଘାଟିତ , ସେମିରେ ସମ୍ବଲପୁର।


ପଦ୍ମପୁର- ପଦ୍ମପୁର ବ୍ଲକ ଖଇରପାଲି ଠାରେ ରାଜ୍ଯ ସ୍ତରୀୟ ଦଶମ ଗୋଳଡେନ ଷ୍ଟାର କ୍ରିକେଟ କପ୍‌ ଉଦ୍‌ଘାଟିତ ହୋଇଯାଇଛି । ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟକୁ ଶୁଭ ଉଦ୍‌ଘାଟିତ କରିଥିବା ବେଳେ ପ୍ରଥମ ଦିନ ତିନି ଗୋଟି ମ୍ୟାଚ୍‌ ଖେଳା ଯାଇଥିଲା । ଉଦ୍‌ଘାଟନୀ ମ୍ୟାଚ୍‌ ସମ୍ବଲପୁର ଦଳ ବଲାଙ୍ଗୀର ଦଳକୁ ହରାଇଥିଲା । ଦ୍ୱିତୀୟ ମ୍ୟାଚ୍‌ ମହସମୁନ୍ଦ ଦଳ ନୂଆପଡ଼ା ଦଳକୁ ହରାଇ କ୍ୱାଟର ଫାଇନାଲକୁ ପ୍ରବେଶ କରିଥିଲେ । କ୍ୱାଟର ଫାଇନାଳର ମ୍ୟାଚ୍‌ରେ ସମ୍ବଲପୁର ଦଳ ମହସମୁନ୍ଦ ଦଲକୁ ହରାଇ ସେମିଫାଇନାଲକୁ ପ୍ରବେଶ କରିଥିଲା । ମ୍ୟାଚ୍‌ ଶେଷରେ ଯୁବ ସାମ୍ବାଦିକ ନିଳକଣ୍ଠ ଦୀପ ଯୋଗ ଦେଇ ସମ୍ବଲପୁର ଦଳର ଜଗା ଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ଭାବେ ପୁରସ୍କାର ପ୍ରଦାନ କରିଥିଲେ । ଆଜିର ମ୍ୟାଚ୍‌ରେ ମିଟୁ, ସୁନୀଲ, ଆନନ୍ଦ ବୁଦ୍ଧଦେବ ପ୍ରମୁଖ ଧାରା ବିବରଣୀ କରିଥିବା ବେଳେ ରାଜୀବ, ସନମ, ଦିଲ୍ଲିପ, ଉମେଶ ମ୍ୟାଚ ପରିଚାଳନା କରିଥିଲେ । ସାନୁ, ଚନ୍ଦନ, ଗୋକୁଳ, ଝସ, ଉମେଶ, ଅର୍ଜୁନ, ସନ୍ତୋଷ, ପିଣ୍ଟୁ, ବିକାଶ,ସୁଜିତ୍,ଜଗନ୍ନାଥ ଦେବା ପ୍ରମୁଖ ସହଯୋଗ କରିଥିଲେ ।

Comments